କିଟ ଛାତ୍ରୀଙ୍କ ପୋଷ୍ଟମଟମ ପରେ ପରିବାରଙ୍କୁ ମୂର୍ତଦେହ ହସ୍ତାନ୍ତର କରିଛି ପୋଲିସ । ଗତ କାଲି ଛାତ୍ରୀ ଜଣଙ୍କର ମୂର୍ତ ଶରୀର ପୋଷ୍ଟମଟମ ହେବା ପାଇଁ ପଠାଯାଇଥିଲା ଆଜି ଛତ୍ରିଙ୍କ ପରିବାର ଲୋକଙ୍କୁ ମୂର୍ତ ଶରୀର ଦିଆଯାଇଛି । ଗତ କିଛି ଦିନ ହବ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ କିଟ କଲେଜରେ ବହୁତ ଛାତ୍ର ଛାତ୍ରୀ ମାନଙ୍କର ଧାରଣା ଦେଇଥିବା ଦେଖିବାକୁ ମିଳୁଛି । କିଟ କଲେଜର କର୍ତ୍ତୃପକ୍ଷ ନେପାଳୀ ଛାତ୍ରୀଙ୍କ ମୁର୍ତ୍ୟୁକୁ ନେଇ କଲେଜ କର୍ତ୍ତୃପକ୍ଷ ନେପାଳର ସମସ୍ତ ଛାତ୍ର ଛତ୍ରୀ ମାନଙ୍କୁ କଲେଜରୁ ବାହାର କରିଥିଲେ । ଆଜି ମୂର୍ତ ଛାତ୍ରୀ ଜଣକର ହଷ୍ଟେଲ୍ରୁ ମୂର୍ତ ଶରୀରର ଉଦ୍ଧାର ଭିଡ଼ିଓ ଭାଇରଲ ହୋଇଛି ।
ଛାତ୍ରୀ ଜଣଙ୍କର ମୂର୍ତ ଶରୀର ଉଦ୍ଧାର ବେଳେ ଭିଡ଼ିଓ ଭାଇରଲ ?
କଲେଜ କର୍ତ୍ତୃପକ୍ଷ କିପରି କବାଟ ନ ଖୋଲିବାରି କାଚ ଭାଙ୍ଗି ଛାତ୍ରୀ ଜଣକୁ ଉଦ୍ଧାର କରିଥିଲେ ସେ ଭିଡ଼ିଓ ଏବେ ଭାଇରଲ ହେବାକୁ ଲାଗିଛି । ଏବଂ ବିନା ପୋଲିସ କର୍ମଚାରୀ ଉପସ୍ତିତିରେ କିପରି ମୂର୍ତ ଶରୀରକୁ ଉଦ୍ଧାର କଲେ ସେଥିପାଇଁ କାର୍ଯ୍ୟାନୁଷ୍ଠାନ ହବ ବୋଲି ସୂଚନା ମିଳୁଛି । ଏବଂ ମୂର୍ତ ଛାତ୍ରୀଙ୍କୁ ନ୍ୟାୟ ଦାବିରେ କ୍ୟାଣ୍ଡଲ ଜାଳି ପ୍ରତିବାଦ କରିଛନ୍ତି । ଛାତ୍ର ଛାତ୍ରୀ ମାନଙ୍କୁ କିଟ କର୍ତ୍ତୃପକ୍ଷ ମାଡ ମାରିଥିବାରୁ କିଛି ଛାତ୍ର ଛାତ୍ରୀ କିଟ ଫେରିଥିଲେ ମଧ୍ୟ କଲେଜ ଭିତରକୁ ପଶିବାକୁ ସାହସ କରୁନାହାନ୍ତି । କିଟ କଲେଜ କର୍ତ୍ତୃପକ୍ଷ ପିଲାମନଙ୍କୁ ବାହାର କରିଥିଲେ ଏବଂ ୯୦ ପ୍ରତିଶତ ନେପାଳ ଛାତ୍ର ଛାତ୍ରୀ ଘରକୁ ପଳେଇଥିବା ସୂଚନା ମିଳୁଛି ରାତି ସାରା କିଟ କଲେଜ ସମୁଖରେ ପ୍ରତିବାଦ କରିଛନ୍ତି ।