୧୫ ଜଣ ଛାତ୍ର ଆକ୍ରମଣରେ ଛତ୍ରୀ ଜଣକ ଆହତ ?

୧୫ ଜଣ ଛାତ୍ର ଆକ୍ରମଣରେ ଛତ୍ରୀ ଜଣକ ଆହତ ସମ୍ବଲପୁରରୁ ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି ।ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଜଣକ ପାଠପଢୁଥିବା ସୂଚନା ମିଳୁଛି । ଛାତ୍ରୀ ଜଣକୁ ୧୫ ଜଣ ଛାତ୍ର ମାନେ ଏକାଠି ହୋଇ ଆକ୍ରମଣ କରିଥିବା ସୂଚନା ମିଳୁଛି । ଛାତ୍ରୀଙ୍କୁ ଏକତ୍ରିତ ହୋଇ ଛାତ୍ର ମାନେ ଆକ୍ରମଣ କରିଥିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଛାତ୍ରମାନେ ଗତକାଲି ମଧ୍ୟ ରାତିରେ ଛାତ୍ରୀ ଜଣକୁ ଆକ୍ରମଣ କରିଥିବା ସୂଚନା ମିଳୁଛି । ଛାତ୍ରମାନେ ଛାତ୍ରୀ ଜଣକୁ ଅତ୍ୟଧିକ ଗୁରୁତର ଭାବେ ଆକ୍ରମଣ କରିଥିଲେ । ଛାତ୍ରମାନଙ୍କ ଆକ୍ରମଣରେ ଛାତ୍ରୀ ଜଣକ ଗୁରୁତର ହୋଇଛନ୍ତି ଓ ରକ୍ତ ସୁଡୁବୁଡୁ ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ଛାତ୍ରୀଙ୍କୁ ପାଖ ମେଡିକାଲରେ ଭର୍ତି କରାଯାଇଥିଲା । ଛାତ୍ରୀଙ୍କୁ ଗୋଟିଏ ଭଙ୍ଗା ଘର ଭିତରୁ ଉଦ୍ଧାର କରାଯାଇଥିଲା । ଛାତ୍ରମାନେ ଛାତ୍ରୀ ଜଣକୁ ପଥରରେ ବାରମ୍ବାର ଆକ୍ରମଣ କରିବା ଦ୍ୱାରା ଛାତ୍ରୀ ଅତ୍ୟଧିକ ଗରୁତର ହୋଇଥିଲେ । ପୋଲିସ କର୍ମଚାରୀ ଛାତ୍ରୀ ଜଣକର ବୟାନ ନେଇସାରିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ସୂଚନା ମିଳୁଛି ।

Odia Khabar

Leave a Comment