କାଲି ଭାରତ ଓ ବାଂଲାଦେଶ ମ୍ୟାଚ ରେ ଭାରତର ବିଜୟ । ଆଇସିସି ଚାମ୍ପିଅନ୍ସ ଟ୍ରଫି ଦ୍ୱତୀୟ ମ୍ୟାଚରେ ଭାରତ ବିଜୟ ହାସଲ କରିଛି । ଦୁବାଇ ନାସନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମ୍ୟାଚର ଆୟୋଜନ କରାଯାଇଥିଲା । ବାଂଲାଦେଶ ଟିମ ଟସ ଜିତି ପ୍ରଥମେ ବାଟିଙ୍ଗ କରିବାର ନିଷ୍ପତି ନେଇଥିଲା ବାଂଲାଦେଶ ଟିମ ପ୍ରଥମ ବ୍ୟାଟିଂରେ ୨୨୮ ରନ କରି ୪୯ .୪ ଓଭରରେ ଟିମ ଅଲ ଆଉଟ ହୋଇଥିଲା । ବାଂଲାଦେଶ ବ୍ୟାଟିଂରେ ସର୍ବାଧିକ ରନ ହୀରିଦୟ ୧୦୦ ରନ କରିଥିଲେ , ଯାକେର ଅଲ୍ଲୀ ୬୮ ରନ କରିଥିଲେ , ହସେନ ୧୮ ରନ କରିଥିଲେ । ଭାରତର ବୋଲିଂ ରେ ସର୍ବାଧିକ ୱିକେଟ ମହମ୍ମଦ ଶାମି ନେଇଛନ୍ତି ଶାମି ୫ ୱିକେଟ ନେବାରେ ସଫଳ ହୋଇଛନ୍ତି । ଏବଂ ହର୍ଷିତ ରାଣା ୩ ୱିକେଟ , ଅକ୍ସର ପଟେଲ ୨ ୱିକେଟ ନେବାରେ ସଫଳ ହୋଇଥିଲେ । ବାଂଲାଦେଶ ଟିମ ୨୨୯ ରନର ଭାରତକୁ ଟାର୍ଗେଟ ଦେଇଥିଲା । ଭାରତର ବ୍ୟାଟିଂରେ ରୋହିତ ଶର୍ମା ୪୧ ରନ , ଶୁଭମନ ଗିଲ ୧୦୧ ରନ , ବିରାଟ କୋହଲି ୨୨ ରନ , କେଏଲ ରାହୁଲ ୪୧ ରନର ସାହାଯ୍ୟରେ ଭାରତ ବିଜୟ ହାସଲ କରିଥିଲା । ଭାରତ ଟିମ ମାତ୍ର ୪ ୱିକେଟ ବିନିମୟରେ ୪୬ .୩ ଓଭରରେ ୨୩୧ ରନ କରି ବିଜୟ ହାସଲ କରିଥିଲା ।