ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା ?

ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ଆଜିଠୁ ମାଟ୍ରିକ ବୋର୍ଡ଼ ପରୀକ୍ଷାର ପ୍ରଥମ ଦିନ ଗତ ବର୍ଷ ପେପେର ଲିକ ହୋଇଥିବାରୁ ପେପେର ଲିକ ରୋକିବା ନିମନ୍ତେ ମାଧ୍ୟମିକ ଶିକ୍ଷା ପରିସର କେନ୍ଦ୍ରରୁ ଅନେକ ଗୁଡିଏ ବ୍ୟବସ୍ତା କରାଯାଇଛି । ପେପେର ଲିକକୁ ରୋକିବା ନିମନ୍ତେ ସବୁ ପେପରରେ କ୍ଯୁଆର କୋଡ଼ ସହିତ ଗୋଟେ ସ୍ପେସିଆଲ ନମ୍ବର ମଧ୍ୟ୍ୟ ରହିଛି । ଏହା ସବୁ ପିଲାଙ୍କ ପେପର ସବୁ ପୃଷ୍ଠାରେ ଏହି ସୁବିଧା କରାଯାଇଛି କପି ରୋକିବା ନିମନ୍ତେ ଏଭଳି ନିଷ୍ପତି ନିଆଯାଇଛି । ଏବଂ କପି ରୋକିବାକୁ ୪ ସ୍ତରୀୟ ସ୍କୁର୍ଡ଼ ବ୍ୟାବସ୍ତାର ସୁବିଧା ମଧ୍ୟ୍ୟ କରଯାଇଛି । ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭିର ସୁବିଧା ମଧ୍ୟ କରାଯାଇଛି ପିଲାମାନଙ୍କର ପରୀକ୍ଷାର ଲାଇଭ ଦୃଶ୍ୟ ଦେଖିବା ନିମନ୍ତେ ଶିକ୍ଷା ବିଭାର ଏବଂ କପି ରୋକିବା ନିମନ୍ତେ ଏଭଳି ଏକ ସୁବିଧା କରାଯାଇଛି । ସକାଳ ୯ ଟାରୁ ୧୧ .୩୦ ପର୍ଯ୍ୟନ୍ତ ପିଲାଙ୍କ ପରୀକ୍ଷା ଚାଲିବ । ୩୧୩୩ ପରୀକ୍ଷା କେନ୍ଦ୍ରରେ ଦଶମ ଛାତ୍ର ଛତ୍ରୀ ମାନେ ପରୀକ୍ଷା ଦେବାର ସୁବିଧା ହୋଇଛି । ଆଜି ପ୍ରଥମ ଦିନରେ ଛାତ୍ର ଛାତ୍ରୀ ସାହିତ୍ୟ ପରୀକ୍ଷା ଦେବେ ସବୁ ଛାତ୍ର ଛାତ୍ରୀ ସକାଳ ୭ . ୩୦ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ନିର୍ଦେଶ ଦିଆଯାଇଛି । ଏବଂ ସକାଳ ୯ଟା ପରେ ପିଲାମାନଙ୍କୁ ପରକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରାଯିବ ନାହିଁ ବୋଲି ଘୋଷଣା କରାଯାଇଛି । ଚଳିତ ବର୍ଷ ପ୍ରାୟ ୫ ଲକ୍ଷ ୨୨ ହଜାର ୩୩୬ ଛାତ୍ର ଛାତ୍ରୀ ଦଶମ ପରୀକ୍ଷାରେ ଭାଗ ଦେଇଥିଲେ । ଛାତ୍ର ଛାତ୍ରୀଙ୍କ ପରୀକ୍ଷା କେନ୍ଦ୍ରକୁ ଯିବାବେଳେ ସବୁ ପିଲାଙ୍କର ଚେକିଂ ହଉଛି ଏବଂ କେବଳ ଆଇଡେଣ୍ଟି କାର୍ଡ , ପେନ ନେଇ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ଅନୁମତି ଦିଆଯାଉଛି ।

Odia Khabar

Leave a Comment