ରାସ୍ତା ଉପରେ ଜଳିଗଲା ବସ ?

ରାସ୍ତା ଉପରେ ଜଳିଗଲା ବସ | ଘଟଣାଟି ଯାଜପୁର ରୋଡ ଥାନା ମିଲଟେରୀ ଛକ ନିକଟରେ ପେଟ୍ରୋଲ ଟାଙ୍କି ପାଖରେ ଏଭଳି ଏକ ଦୃଘଟଣା ଘଟିଥିବା ଜଣାପଡୁଛି | ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାଇ ବସଟି ରାସ୍ତା ଉପରେ ଛିଡାହୋଇଥିବା ବସଟି ହାଟଠ ହୁତୁ ହୁତୁ ହୋଇ ବସଟି ଜାଳିବା ଆରମ୍ଭ ହୋଇଥିବା ବୋଲି ସ୍ଥାନୀୟ ଲୋକମାନଙ୍କଠୁ ସୂଚନା ମିଳୁଛି | ବସରେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବା କାର୍ଯ୍ୟ କରିଥିଲା | ବସଟି ସେତେବେଳକୁ ସମ୍ପୂର୍ଣ ଜାଳି ନଷ୍ଟ ହୋଇଥିବା ସୂଚନା ମିଳୁଛି | ବସରେ ଏଭଳି ଏକ ଭୟଙ୍କର ଅଗ୍ନିକାଣ୍ଡରେ କେହି କ୍ଷତିଗ୍ରସ୍ତ ହୋଇନଥିବା ଜଣାପଡୁଛି | ଯାଜପୁର ରୋଡ ଥାନା ନିକଟରୁ ଦୃଘଟଣା ଘଟିଥିବା ସୁଚନା ମିଳୁଛି | ନିଆଁ କିପରି ଭାବେ ବସରେ ଲାଗିଲା ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ | ବସଟି କଳିଙ୍ଗନଗର ଶିଳ୍ପାଅଞ୍ଚଳରୁ କିଛି କର୍ମଚାରୀଙ୍କୁ ଛାଡି ଫେରୁଥିବାବେଳେ ନିକଟରେ ରହିଥିବା ପେଟ୍ରୋଲ ପମ୍ପ ନିକଟରେ ଛିଡା ହୋଇଥିବାବେଳେ ବସରେ ହାଟଥ ନିଆଁ ଲାଗିଥିଲା ଯାହା ଫଳରେ ବସଟି ସମ୍ପୂର୍ଣଭାବେ ଜାଳି ନଷ୍ଟ ହୋଇଥିବା ସୂଚନା ମିଳୁଛି |

Odia Khabar

Leave a Comment