ପୁଅକୁ ନେଇ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବାବେଳେ ଦୃଘଟଣା | କେନ୍ଦ୍ରାପଡାର ତିନିମୁହାଣ ଛକରେ ଦୃଘଟଣା ଘଟିଥିବା ଜଣ ପଡୁଛି | ଆଜି ସକାଳେ ପୁଅକୁ ମାଟ୍ରିକ ପରୀକ୍ଷା ଦେବା ପାଇଁ ବାପା , ମା ଦୁଇଜଣ ସ୍କୁଟିରେ ପରୀକ୍ଷା କେନ୍ଦ୍ରକୁ ଯାଉଥିବାବେଳେ ଗୋଟେ ଟ୍ରକ ସହିତ ଦୃଘଟଣା ଘଟିଛି | ଦୃଘଟଣାରେ ମହିଳା ଜଣକ ମୁର୍ତ୍ୟୁ ବରଣ କରିଥିବ ଜଣାପଡୁଛି ଏବଂ ମହିଳାଙ୍କ ସ୍ୱାମୀ ଗୁରୁତର ଭାବେ ଆହତ ହୋଇଛନ୍ତି ଓ ପୁଅଙ୍କ ହାତ ଦୃଘଟଣାରେ ଭାଙ୍ଗିଯିବା ମଧ୍ୟ ସୂଚନ ମିଳୁଛି | ଗୋଟେ ଭୟଙ୍କର ଦୃଘଟଣା ଘଟିଥିବାରୁ ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ଉତେଜନା ଦେଖଇଛନ୍ତି ଏବଂ ସ୍ଥାନୀୟ ଲୋକମାନେ ଟ୍ରକ ଟିକୁକୁ ଅଟକ ରଖୀଥିବା ଜଣାପଡୁଛି ଟ୍ରକ ଡ୍ରାଇଭର ଜଣକୁ ପ୍ରବଳ ମାଡ ମରୀଥିବା ସୂଚନା ମିଳୁଛି | ଏବଂ ସ୍ଥାନୀୟ ଲୋକମାନେ ଉତ୍ୟକ୍ତ ହୋଇ ରାସ୍ତା ଅବରଧ କରିଛନ୍ତି | ପୋଲିସଙ୍କ ଉପସ୍ତିତିରେ ଡ୍ରାଇଭର ଜଣକୁ ଆକ୍ରମଣ କରିଥିବା ଜଣାପଡୁଛି | ଟ୍ରକଟି ଦ୍ରୁତ ଗତୀରେ ଆସୁଥିବା ଯୋଗୁ ଦୃଘଟଣା ଘଟିଥିବା ସ୍ଥାନୀୟ ଲୋକମାନଙ୍କଠୁ ସୂଚନା ମିଳୁଛି | ଏବଂ ସେହି ସ୍ଥାନରେ ବାରମ୍ବାର ଦୃଘଟଣା ଘଟିବା ସତ୍ୱେ ପ୍ରଶାସନ କୌଣସି ପ୍ରକାର ପଦକ୍ଷପ ନେଉନାହାନ୍ତି | ସେହି ସ୍ଥାନରେ ଗତ କାଲି ଟ୍ରକ ଦୃଘଟଣାରେ ଜଣେ ମୁର୍ତ୍ୟୁ ବରଣ କରିଥିଲେ ଆଜି ମଧ୍ୟ ସେହି ସ୍ଥାନରେ ଜଣେ ମହିଳାଙ୍କ ମୁର୍ତ୍ୟୁ ଘଟିଛି ଆଉ 2 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି |