ସଡକ ଦୃଘଟଣାରେ ୬ ଜଣ ମୁର୍ତ୍ୟୁ ୨ ଜଣ ଆହତ ?

ସଡକ ଦୃଘଟଣାରେ ୬ ଜଣ ମୁର୍ତ୍ୟୁ ୨ ଜଣ ଆହତ । ମଧ୍ୟପ୍ରଦେଶର ଜବଲପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଘଟିଛି । ଦୃଘଟଣାରେ କର୍ଣ୍ଣାଟକର ୬ ଜଣ ମୃତ୍ୟୁ କରିଥିବା ବେଳେ ୨ ଜଣ ଗୁରୁତରଭାବେ ଆହତ ହୋଇଛନ୍ତି । ଦୃଘଟଣାଟି ଆଜି ସକାଳୁ ସୋମବାର ୨୪ ଫେବୃଆରୀରେ ସକାଳ ପ୍ରାୟ ୪ଟା ସମୟରେ ଦୃଘଟଣା ଘଟିଥିବା ଜଣାପଡୁଛି । ଗୋଟିଏ କାର୍‌ ଓ ବସ୍‌ ମୁହାଁମୁହିଁ ଧକ୍କା ହେବା ଦ୍ୱାରା ଦୃଘଟଣାରେ ୬ ଜଣ ମୃତ୍ୟୁ କରିବା ସହ ୨ ଜଣ ଗୁରୁତରଭାବେ ଆହତ ହୋଇଛନ୍ତି । ମହାକୁମ୍ଭରୁ କାର୍‌ରେ ଶ୍ରଦ୍ଧାଳୁମାନେ ପ୍ରୟାଗରାଜରୁ ଜବଲପୁର ଅଭିମୁଖେ ଯାତ୍ରା କରୁଥିବା ବେଳେ ବସ୍‌ଟି ଜବଲପୁରରୁ କଟନୀ ଯାଉଥିଲା । ସୂଚନାନୁଯାୟୀ, ସିହୋରା ଖିତୌଲା ଥାନା ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳୁଛି । କାର୍‌ଟି ଡିଭାଇଡର୍‌ରେ ପିଟି ହୋଇ ବିପରୀତ ଦିଗକୁ ପଳାଇଥିଲା ଅତି ଭୟଙ୍କର ଭାବେ ଦୃଘଟଣା ଘଟିଥିଲା । ଘଟଣା ସ୍ଥଳରେ ବସ ଡ୍ରାଇଭର ଜଣକ ଗାଡି ସହ ଫେରାର ରହିଥିବା ସୂଚନା ମିଳୁଛି । ଦୃଘଟଣାର ଖବର ପଇସାରିଲା ପରେ ପୁଲିସ ଓ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ମୂର୍ତ ବ୍ୟକ୍ତି ମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଦୁର୍ଘଟଣାରେ କାର୍‌ଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ପୁଲିସ ଘଟଣାର ତଦନ୍ତ କାର୍ଯ୍ୟ କରୁଛି ।

Odia Khabar

Leave a Comment