ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ହବ କି ଛାଡପତ୍ର । ବଲିଉଡ ଅଭିନେତା ଗୋବିନ୍ଦା ବର୍ତ୍ତମାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚାରେ ଅଛନ୍ତି । ଚର୍ଚ୍ଚା ହେଉଛି ବୋଲିଉଡ଼ ଅଭିନେତା ଖୁବ୍ ଶୀଘ୍ର ନିଜ ପତ୍ନୀଙ୍କଠୁ ଛାଡପତ୍ର ନେବା ଖବର ସାମ୍ନାକୁ ଆସିଛି | ଗୋବିନ୍ଦା ଏବଂ ତାଙ୍କ ଘର ଲୋକ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହାନ୍ତି | ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କୁ ୩୭ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ପଡିବା ନେଇ କିଛି ଖବର ମିଳୁଛି । ଗୋବିନ୍ଦା ଓ ସୁନିତା ଆହୁଜାଙ୍କ ଛାଡପତ୍ରର ଖବର ସେମାନଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ବଲିଉଡର ହିରୋ ନମ୍ବର ୱାନ୍ ଗୋବିନ୍ଦା ଦୀର୍ଘଦିନ ଇଣ୍ତଷ୍ଟ୍ରିରେ ରାଜ କରିଥିଲେ । ହେଲେ ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ ଚର୍ଚ୍ଚାରେ ରହିଥାନ୍ତି । ଏବେ ଗୋବିନ୍ଦା ନିଜର ବୈବାହିକ ଜୀବନରେ ନିଜ ପତ୍ନୀଙ୍କ ସହିତ ଅଲଗା ହେବ ଖବର ସାମ୍ନାକୁ ଆସିଛି |