ଦୁଇ ବହୁ ଓ ଶାଶୁଙ୍କୁ ଘରେ ପଶି ଖଣ୍ଡାରେ ହାଣିଲେ ଦୁର୍ବୁତ୍ତ ?

ଦୁଇ ବହୁ ଓ ଶାଶୁଙ୍କୁ ଘରେ ପଶି ଖଣ୍ଡାରେ ହାଣିଲେ ଦୁର୍ବୁତ୍ତ | ଘଟଣାଟି ଭଦ୍ରକ ଦେଓପଦା ଗାଁରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି | ଘରେ କେହି ପୁରୁଷ ଲୋକ ନଥିବା ବେଳେ କିଛି ଦୁର୍ବୁତ୍ତ ଘର ଭିତରେ ପଶି ଶାଶୁ ଓ ଦୁଇ ବୋହୁଙ୍କୁ ଆକ୍ରମଣ କରିଛନ୍ତି | ଦୁର୍ବୁତାଙ୍କ ଆକ୍ରମଣରେ ଘଟଣା ସ୍ଥଳରେ ବଡ ବହୁ ଜଣକ ମୁର୍ତ୍ୟୁ ବରଣ କରିଛନ୍ତି ଓ ସାନ ବହୁ , ଶାଶୁ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳୁଛି | ଦୁଇ ଜଣ ମହିଳା ଙ୍କୁ ପ୍ରଥମେ ଭଦ୍ରକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲରେ ଭର୍ତି କରାଯାଇଥିଲା ପରବର୍ତୀ ସମୟରେ
ସେମାନଙ୍କୁ ସଂଗେ ସଂଗେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି | ୩ ରୁ ୪ ଜଣ ଦୁର୍ବୁତ୍ତ ମହିଳା ମାନଙ୍କୁ ଆକ୍ରମଣ କରିଥିବା ସୂଚନା ମିଳୁଛି ଆକ୍ରମଣ କରିଥିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ କାର୍ଯ୍ୟ କରୁଛି |

Odia Khabar

Leave a Comment