ନାବଳଙ୍କକୁ ମାରି ପତ୍ର ଗଦାରେ ଫିଙ୍ଗିଦେଲେ ଦୁର୍ବୁତ୍ତ | ଘଟଣାଟି ଦେବଗଡ ତୁଙ୍ଗାମାଳ ଗାଁରେ ଘଟିଥିବା ସୂଚନା ମିଳୁଛି | ତୁଙ୍ଗାମାଳ ଗାଁର ଗୋଟେ ନାବାଳକକୁ କିଛି ଦୁର୍ବୁତ୍ତ ମାନେ ମାରି ପତ୍ର ଗଦାରେ ଫିଙ୍ଗିଦେବା ସୂଚନା ମିଳୁଛି ତୁଙ୍ଗାମାଳ ଗାଁ ନିକଟରେ ଥିବା ଜଙ୍ଗଲରେ ନାବାଳକଙ୍କ ମୂର୍ତ ଦେହ ଉଦ୍ଧାର କରାଯାଇଛି | ଦେବଗଡ ଅଞ୍ଚଳର ତୁଙ୍ଗାମାଳ ଗାଁର ବିଜୟ ମୁଣ୍ଡାଙ୍କ ପୁଅ ଅମିତ ମୁଣ୍ଡଙ୍କୁ ୧୬ ବର୍ଷ ବୟଷରେ ତାଙ୍କୁ କିଛି ଦୁର୍ବୁତ୍ତ ମାରି ଜଙ୍ଗଲ ଭିତରେ ହତ୍ୟା କରି ଫୋଫାଡ଼ି ଦେଇଥିଲେ | ବିଜୟ ମୁଣ୍ଡ ୩ ଦିନ ପୂର୍ବରୁ ନିଜ ନାବାଳକ ପୁଅ ନିଖୋଜ ହୋଇଥିବା ହୋଇଥିବା ନେଇ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ | ହେଲେ ଆଜି ନାବାଳକଙ୍କ ମୂର୍ତ ଦେହ ତୁଙ୍ଗାମାଳ ଗାଁ ପାଖରେ ରହିଥିବା ଜଙ୍ଗଲରେ କିଛି ଦୁର୍ବୁତ୍ତ ମାନେ ନାବାଳକଙ୍କ ହତ୍ୟା କରି ପତ୍ର ଘୋରାଇ ପଳାଇଥିଲେ | ଏପର୍ଯ୍ୟନ୍ତ ନାବାଳକ ଜଣକୁ ଦୁର୍ବୁତ୍ତମାନେ ମରିଥିବାର କାରଣ ଜଣାପଡିନାହିଁ | ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୂର୍ତ ଶରୀର ଜବତ କରିବା ସହ ଘଟଣାର ତଦନ୍ତ କରୁଛି |