ଜମ୍ମୁକାଶ୍ମୀରର ସେନା ଗାଡିକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଜମ୍ମୁକାଶ୍ମୀରର ରୌଜରୀ ସୁନ୍ଦରବନୀ ଅଞ୍ଚଳରେ ଯବାନଙ୍କ ଗାଡି ଉପରକୁ ଆତଙ୍କୀବାଦିମାନେ ଆକ୍ରମଣ କରିଥିବା ସୂଚନା ମିଳୁଛି । ଭାରତର ସେନା ଗାଡିକୁ ୪ରୁ୫ ରାଉଣ୍ଡ ଗୁଳି ମାରି ଆତଙ୍କବାଦୀମାନେ ଘଟଣା ସ୍ଥଳରେ ଫେରାର ହୋଇଛନ୍ତି । ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ସୁରକ୍ଷାବଳ । ସୂଚନା ଅନୁଯାୟୀ, ଜମ୍ମୁର ରାଜୌରୀର ସୁନ୍ଦରବନୀ ସେକ୍ଟରରେ ବୁଧବାର ଦିନ ଅପରାହ୍ନ ପ୍ରାୟ ୧୨.୪୫ ସମୟରେ ଏକ ସେନା ଗାଡ଼ିକୁ ଆତଙ୍କୀବାଦିମାନେ ୪ ରୁ ୫ ରାଉଣ୍ଡ ଗୁଳି କରିଥିଲେ । ଆତଙ୍କବାଦୀମାନେ ଭାରତର ସେନାମାନଙ୍କୁ ଆକ୍ରମଣ କରିସାରିବା ପରେ ସଂଗେ ସଂଗେ ସେଠାରୁ ଫେରାର ରହିଥିବା ସୂଚନା ମିଳୁଛି । ଆତଙ୍କବାଦୀମାନଙ୍କ ଆକ୍ରମଣରେ ଭାରତର କୌଣସି ସେନାମାନେ ଆହତ ଓ ମୁର୍ତ୍ୟୁ କରିଥିବା ନେଇ କୌଣସି ସୂଚନା ମିଳୁନାହିଁ । ଆତଙ୍କୀମାନେ ଆକ୍ରମଣ କରିଥିବା ସ୍ଥାନରେ ସର୍ଚ୍ଚ ଅପରେଶନ ଆରମ୍ଭ ହେବା ସହ ଆତଙ୍କବାଦୀମାନଙ୍କୁ କିପରି ଖୋଜାଯିବ ସେନେଇ କାର୍ଯ୍ୟ ଚାଲିଛି । ଜମ୍ମୁକାଶ୍ମୀରର ସୁନ୍ଦରବନୀ ଅଞ୍ଚଳରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଆତଙ୍କବାଦୀମାନେ ଭାରତର ସେନାମାନକୁ ଆକ୍ରମଣରେ କ୍ଷତିଗ୍ରସ୍ତ କରିବାରେ ଅସଫଳ ହୋଇଛନ୍ତି ସମସ୍ତ ଯବାନ ସୁରକ୍ଷିତ ରହିଥିବା ସୂଚନା ମିଳୁଛି ।