ସୋର ଲିଙ୍ଗିପଡ଼ାରେ ଯୁବତୀଙ୍କୁ ଗଳାକାଟି ହତ୍ୟା କରିଥିବା ଯୁବକ ଗିରଫ । ଯୁବତୀଙ୍କୁ ଗଳା କାଟି ଯୁବକ ଜଣକ ୩ ଦିନ ହବ ଫେରାର ରହିଥିବା ବେଳେ ପୋଲିସ ଆଜି ଯୁବକ ଜଣକୁ ଗୁରୁତର ଅବସ୍ତାରେ ଧରିବାରେ ସଫଳ ହୋଇଛି । ଯୁବକ ଜଣଙ୍କୁ ଭଦ୍ରକ ବାସୁଦେବପୁର ନିକଟରେ ଥିବା ଚୂଡ଼ାମଣି ଗାଁରୁ ପୋଲିସ ଧରିବାରେ ସଫଳ ହୋଇଛି । ଯୁବକ ଜଣକ ଗାଁ ନିକଟରେ ଥିବା ଜଙ୍ଗଲରେ ଲୁଚି ରହିଥିବାର ପୋଲିସ ଖବର ପାଇ ଯୁବକ ଜଣକୁ ଧରିଛି । ଯୁବକ ପୋଲିସ ଅଧିକାରୀଙ୍କୁ ଦେଖି ଭୟରେ ବିଷ ଖାଇଥିବାର ସୂଚନା ମିଳିଛି । ପୋଲିସ ଅଭିଯୁକ୍ତଙ୍କୁ ଗୁରୁତର ଅବସ୍ଥାରେ ପାଖ ମେଡିକାଲରେ ଭର୍ତି କରିଛି । ଏକତରଫା ପ୍ରେମରୁ ଯୁବକ ଜଣକ ଏଭଳି ଏକ ଭୟଙ୍କର କାଣ୍ଡ କରିଥିବା ସୂଚନା ମିଳିଛି । ଯୁବତୀ ଜଣକ ଭୁବନେଶ୍ୱରରେ କାମ କରନ୍ତି କିଛି ଦିନ ହବ ଯୁବତୀ ଘରକୁ ଆସି ରହିଥିଲେ । ଯୁବକ ଜଣକ ସବୁବେଳେ ଯୁବତୀଙ୍କୁ ହଇରାଣ କରୁଥିଲେ ବୋଲି ଯୁବତୀ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଘରେ କେହି ନଥିବା ବେଳେ ଯୁବକ ଜଣକ ଆସି ଯୁବତୀଙ୍କୁ ଗଳା କାଟି ହତ୍ୟା କରିଥିବା ସୂଚନା ମିଳୁଛି । ଯୁବକ ଜଣକ ବାରମ୍ବାର ଯୁବତୀଙ୍କୁ ବାହାହେବା ପାଇଁ ବାଧ୍ୟ୍ୟ କରୁଥିଲେ ହେଲେ ଯୁବତୀ ଜଣକ ରାଜି ନହେବାରୁ ଏଭଳି ଏକ ଦୁଃସାହସ କରିଛନ୍ତି ଯୁବକ ।