ଗତ କାଲି ମହାଦୀପ ଉଠିଲା ବେଳେ ଅଘଟଣ । ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଥିଲାବେଳେ ଗୋଟେ ବହୁତ ବଡ ଅଘଟଣ ଘଟିଥିବା ଜଣାପଡୁଛି । ଲିଙ୍ଗରାଜ ମନ୍ଦିରରେ ମହାଦୀପ ଧରି ମନ୍ଦିରର ଚୂଡ଼ାକୁ ସେବାୟତ ଚଢ଼ଉଥୁବା ବେଳେ ୧୦ ପୁଟ ଉପରୁ ତଳକୁ ଖସିପଡିଥିବା ସୂଚନା ମିଳୁଛି । ସେବାୟତ ଜଣକ ଖସିପଡ଼ିବାରୁ ଗୁରୁତର ଭାବେ ଆହତ ହୋଇଥିଲେ ଏବଂ ଆହତ ସେବାୟତଙ୍କୁ ପାଖ ମେଡିକାଲରେ ଭର୍ତି କରାଯାଇଛି । ମେଡିକାଲରେ ସେବାୟତଙ୍କ ଚିକିର୍ଷା କାର୍ଯ୍ୟ ଚାଲିଅଛି । ମହାଦୀପର ଘିଅ ଜଣେ ସେବାୟତଙ୍କ ଉପରେ ପଡିବା ଦ୍ୱାରା ସେବାୟତ ଜଣକ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ସେବାୟତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ଡ଼କ୍ଟରଙ୍କ ପକ୍ଷରୁ ସୂଚନା ମିଳୁଛି । ଆଜି ଆହତ ସେବାୟତଙ୍କୁ ଦେଖାକରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସେବାୟତଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି ତାହା ବୁଝିଛନ୍ତି । ଯେଉଁ ସମୟରେ ମହାଦୀପ ଉଠିବାରେ ନିର୍ଧାରିତ କରାଯାଇଥିଲା ତାଠୁ ଅଧଘଣ୍ଟା ବିଳମ୍ବରେ ମହାଦୀପ ଊଟିଥିବା ସୂଚନା ମିଳୁଛି । ଏବଂ ମହାଦୀପ ଉଠିବା ସମୟରେ ଭକ୍ତ ମାନଙ୍କର ହର ହର ମହାଦେବ ଧ୍ୱନିରେ ପରିବେଶ ଗୁଞ୍ଜି ଉଠିଥିଲା । ପବିତ୍ର ଜାଗରରେ ଲିଙ୍ଗରାଜ ମନ୍ଦିରରେ ହାଜର ହାଜର ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳିଛ ।