ଆଜିଠୁ ଆରମ୍ଭ ହେଲା ମୁମ୍ବାଇ ଓ ଝାରସୁଗୁଡ଼ାରେ ବିମାନ ସେବା ପ୍ରକ୍ରିୟା । ଶିଳ୍ପନଗରୀ ଝାରସୁଗୁଡ଼ା ସହିତ ମାୟାନଗରୀ ପର୍ଯ୍ୟନ୍ତ ମୁମ୍ବାଇରୁ ସିଧାସଳଖ ବିମାନ ଉଡିବା କାର୍ଯ୍ୟ ହେଲା । ସପ୍ତାହରେ ସବୁଦିନ ବିମାନ ଉଡାଣ କାର୍ଯ୍ୟ ଚାଲିବ ବୋଲି ସୂଚନା ମିଳୁଛି । ଆଜି ଏୟାରପୋର୍ଟରେ ସମସ୍ତ ଯାତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଥିଲା। ମୁମ୍ବାଇରୁ ଇଣ୍ଡିଗୋ ବିମାନ ପ୍ରଥମେ ବାହାରି ଅପରାହ୍ନ ୧ ଟା ବେଳେ ଝାରସୁଗୁଡା ପହଞ୍ଚିବା ନେଇ ସୂଚନା ମିଳୁଛି । ଏବଂ ଝାରସୁଗୁଡାରୁ ୨ ଟା ବେଳେ ବାହାରି ଅପରାହ୍ନ ୪ ଟା ୧୫ ସମୟରେ ମୁମ୍ବାଇରେ ପହଂଚିବ ବୋଲି ସୂଚନା ମିଳୁଛି । ବିମାନରେ ଆଜି ପ୍ରଥମ ଦିନରେ ୯୦ ଜଣ ଯାତ୍ରୀ ବିମାନରେ ଯାତ୍ରା କରିବେ ବୋଲି ଝାରସୁଗୁଡାରୁ ଆସିଛନ୍ତି ୯୦ ଜଣ ଯାତ୍ରୀ ଝାରସୁଗୁଡାରୁ ମୁମ୍ବାଇ ଯିବେ ବୋଲି ସୂଚନା ମିଳୁଛି । ବିମାନ ସବୁବେଳେ ମୁମ୍ବାଇ ବିମାନବନ୍ଦରରୁ ୧୦ଟା ୫୫ରେ ବିମାନ ଉଡ଼ାଣ ଭରିବ ନେଇ ସୂଚନା ମିଳୁଛି । ଭୁବନେଶ୍ୱର- ଝାରସୁଗୁଡ଼ା ପର୍ଯ୍ୟନ୍ତ ବିମାନ ସେବା ସପ୍ତାହକୁ ତିନି ଦିନ ରହିବାର ବ୍ୟବସ୍ତା କରାଯାଇଛି । ଝାରସୁଗୁଡ଼ା-ମୁମ୍ବାଇ ବିମାନ ଚଳାଚଳକୁ ନେଇ ଯାତ୍ରୀମାନେ ବହୁତ ଉପକୃତ ହଉଛନ୍ତି ।