ଗତ କାଲି ରବିବାର ଦିନ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଘଟଣାଟି ମୟୂରଭଞ୍ଜ ଜିଲ୍ଲାରେ ଘଟିଥିବା ସୂଚନା ମିଳୁଛି । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ-ସିଙ୍ଗଡ଼ା ରାସ୍ତାରେ ମହାଦେବଶାଳ ନିକଟରେ ରବିବାର ଅପରାହ୍ନରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି । ଦୃଘଟଣାରେ ଦୁଇଟି ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ବରଣ କରିଥିବା ସୂଚନା ମିଳୁଛି । ମୟୂରଭଞ୍ଜ ଜିଲ୍ଲାର ସିଙ୍ଗଡା କୁଦାସାହି ଗ୍ରାମର ବାଟରାମ ଗାଗରାଇ ଜଣେ ବନ୍ଧୁଙ୍କ ସହିତ କୌଣସି କାମରେ ଯାଉଥିବାବେଳେ ଦୃଘଟଣାର ଶିକାର ହୋଇଛନ୍ତି । କରଞ୍ଜିଆ-ସିଙ୍ଗଡ଼ା ରାସ୍ତାରେ ଯିବା ସମୟରେ ବିପରୀତ ଦିଗରୁ ଗୋଟିଏ ସ୍କୁଟି ଗାଡି ସହ ଧକ୍କା ହୋଇଥିଲା ଯାହାଫଳରେ ୩ ଜଣ ଯୁବକ ମୁର୍ତ୍ୟୁ ବରଣ କରିଛନ୍ତି । ଦୁର୍ଘଟଣା ୨ ଜଣ ଅତ୍ୟଧିକ ଗୁରୁତର ହୋଇଥିବା ଜଣାପଡୁଛି ୨ ଜଣକୁ ସଂଗେ ସଂଗେ ଆମ୍ବୁଲାନ୍ସ ସାହାଯ୍ୟରେ ହସ୍ପିଟାଲ ନେଇଥିଲେ ଏବଂ କିଛି ସମୟ ପରେ ହସ୍ପିଟାଲରେ ଜଣେ ମୁର୍ତ୍ୟୁ କରିଥିବା ସୂଚନା ମିଳୁଛି ।