ଜଗତସିଂହପୁରରେ ପାଣିର ବହୁ ଅସୁବିଧାର ସମୁଖିନ୍ନ ହୋଉଛନ୍ତି ଲୋକେ ?

ଜଗତସିଂହପୁରରେ ପାଣିର ବହୁ ଅସୁବିଧାର ସମୁଖିନ୍ନ ହୋଉଛନ୍ତି ଲୋକେ । ଘଟଣାଟି ଜଗତସିଂହପୁର ଏରସମା ଓ ବାଲିକୁଦା ଅଂଚଳର ଲୋକମାନେ ପାଣି ପାଇଁ ବହୁ ଅସୁବିଧାର ସମୁଖିନ୍ନ ହୋଉଛନ୍ତି । ୪ ରୁ ୫ ଗାଁ ଅଞ୍ଚଳର ଲୋକମାନେ ଖରାଦିନ ଆରମ୍ଭରୁ ପାଣିର ଅସୁବିଧାର ସମୁଖୀନ ହୋଉଛନ୍ତି । ସେଠାକାର ଅଞ୍ଚଳରେ ଗୋଟେ କୂଅ ରହିଥିବାବେଳେ ଏବଂ ସେହି କୂଅରେ ଭଲ ପାଇବା ପାଣି ବାହାରୁଥିବା ବେଳେ ସେଠାକାର ଅଖା ପାଖ ଅଞ୍ଚଳର ଲୋକମାନେ ସେହି କୂଅ ପାଣି ଉପରେ ନିର୍ଭର କରନ୍ତି । ସେଠାକାର ଅଞ୍ଚଳର ଲୋକମାନେ ଖରାଦିନରେ ରାତି ୨ଟା ସମୟରେ ଲାଇନ ଲଗେଇ ପିଇବା ପାଣି ନେଉଥିବାର ସୂଚନା ମିଳୁଛି ଲୋକମାନେ ଘଣ୍ଟା ଘଣ୍ଟା ଧରି ଲାଇନ ରହି ପାଣି ଆଣୁଛନ୍ତି । ଏବଂ ପାଣି ନେଇ ନିଜ ଘରକୁ ଘଣ୍ଟା ଘଣ୍ଟା ଧରି ଚାଲିକି ଯିବାକୁ ପଡୁଛି ବହୁତ ବର୍ଷ ବର୍ଷ ଧରି ପାଣିର ସମସ୍ୟା ଲାଗିରହିଥିବାରୁ କୌଣସି କାର୍ଯ୍ୟ ଅନୁଷ୍ଠାନ ହଉନାହିଁ ବୋଲି ଲୋକମାନେ ଅଭିଯୋଗ କରୁଛନ୍ତି ।

Odia khabar

Leave a Comment