ଗ୍ୟାସ ଦୋକାନରେ ଲାଗିଲା ନିଆଁ । ଘଟଣାଟି ନୀଳଗିରି ଅଂଚଳରେ ଘଟିଥିବା ସୂଚନା ମିଳୁଛି ଗୋଟେ ଗ୍ୟାସ ଦୋକାନରେ ନିଆଁ ଲାଗିବ ଖବର ସାମ୍ନାକୁ ଆସିଛି ଭାରତ ଗ୍ୟାସ ଷ୍ଟୋର ଗୋଟିଏ କୋଠା ଘରେ ହୋଇଥିବା ବେଳେ ହାଟଥ ନିଆଁ ଲାଗିଛି । ଗ୍ୟାସ ଷ୍ଟୋରରେ ନିଆଁ ଲାଗିବା ଦ୍ୱାରା ଧୁଆ ସବୁଆଡେ ଖେଳି ଯାଇଥିଲା ସମସ୍ତେ ଭୟଭୀତ ହୋଇ ରହିଥିଲେ । ତଳେ ଗ୍ୟାସ ଷ୍ଟୋର ରହିଥିବାବେଳେ ଉପର ମହଲରେ ଲୋକମାନେ ରହୁଥିବା ଜଣାପଡୁଛି । ଏତେବଡ ଭୟଙ୍କର ଦୃଘଟଣାରେ ସମସ୍ତେ ସୁରକ୍ଷିତ ରହିଥିବା ସୂଚନା ମିଳୁଛି । ଘରେ ଠାକୁରଙ୍କ ଦୀପ ଲଗାଯାଇଥିବା ଦୀପରେ ନିଁଆ ଲାଗିବ ଖବର ସାମ୍ନାକୁ ଆସିଛି । ଓ କିଛି ସମୟ ପରେ ଅଗ୍ନିଶମ ବାହିନୀ ଟିମ ଆସି ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିବା କାର୍ଯ୍ୟ କରିଥିଲା ନିଆଁ ବହୁତ ଜୋରେ ଲାଗିବ ଦ୍ୱାରା ନିଆଁକୁ ଆୟତ କରିବାକୁ ଅଗ୍ନିଶମ ବାହିନୀଙ୍କୁ କିଛି ସମୟ ଲାଗିଥିଲା । ସୂଚନା ମିଳୁଛି ଯେ ନିଆଁ ସମ୍ପୂର୍ଣ ଭାବେ ଲିଭିଯାଇଛି ।