ଗତ କଲି ରାତିରେ ପାରିବାରିହ କଳହରୁ ଗୋଟେ ମା ଓ ଝିଅର ଜୀବନ ଯାଇଛି ମା ନିଜେ ଏବଂ ତାର ଛୋଟ ଝିଅ ଉପରେ କିରୋସିନ ଢାଳି ହୋଇ ଆତ୍ମହତ୍ୟା କରିଛନ୍ତି । ବହୁତ ଦିନ ଧରି ଘରେ ବିଶୃଙ୍ଖଳା ହେତୁ ଏଭଳି ଚରମ ନିଷ୍ପତି ନେଇଛନ୍ତି ମହିଳା ଜଣକ ।
କଟକ ଜଗତପୁର ଅତଡ଼ା ଗାଁ ର ଗତ ୨ ବର୍ଷ ହେବ ମହିଳା ଜଣକ ବିବାହ କରି ଥିଲେ ଏବଂ ତାଙ୍କର ଗୋଟିଏ
୩ ମାସର ଛୋଟ ଝିଅ ମହିଳା ଜଣଙ୍କୁ କାଲି ସଂଗେ ସଂଗେ ଗାଁ ଲୋକ ମାନେ ମେଡିକାଲ କୁ ନେଇ ଯାଇଥିଲେ ଆଉ ଛୋଟ ଝିଅଟି କୁ ଶିଶୁଭବନକୁ ଆଣିଥିଲେ । ମହିଳାଙ୍କୁ ପାଖ ମେଡିକାଲ ନେଇ ଯାଇଥିଲେ ଏବଂ ମେଡିକାଲ ରେ କିଛି ସମୟ ପରେ ମା ଓ ଝିଅ ଙ୍କର ମୁର୍ତ୍ୟୁ ଘଟିଥିଲା ।
ମହିଳାଙ୍କ ଘର ଲୋକ କୁହୁଛନ୍ତି ୩ ଦିନି ହବ ତାଙ୍କ ଘରେ ବିଶୃଙ୍ଖଳା ଲାଗି ରହିଥିଲା । ଘର ଲୋକ ଝିଅକୁ ଆଣିବାକୁ କହୁଥିଲେ ଏବଂ ଶାଶୁଘର ଲୋକ ମନା କରି ଦେଇଥିଲେ ମହିଳାଙ୍କ ମା ଜଣକ ଜଗତପୁର ଥାନାରେ ଅଭିଯୋଗ କରିଥିଲେ ଏବଂ କହିଥିଲେ ତାଙ୍କ ଶାଶୁ ଓ ଜ୍ୱାଇଁ ତାଙ୍କ ଝିଅ କୁ ବାଡ଼ଉଥିଲେ ପଇସା ମାଗୁଥିଲେ ଯୌତୁକ ନିର୍ଯାତନା ଦେଉଥିଲେ । ଏମିତି ସବୁବେଳେ କରୁଥିଲେ ଏମିତି ବହୁତ ଥର ହେଇଛି ବୋଲି ଝିଅର ମା କହିଛନ୍ତି ମହିଳାଙ୍କ ସ୍ୱାମୀଙ୍କୁ ଜଗତପୁର ଥାନାରେ ଅଟକ ରଖାଯାଇଛି ଏବଂ ପୋଲିସ ତଦନ୍ତ ଜାରି ରଖିଛି ।