ସ୍କୁଲ ବସରେ ଲାଗିଲା ନିଆଁ ?

ସ୍କୁଲ ବସରେ ଲାଗିଲା ନିଆଁ ଉତ୍ତରପ୍ରଦେଶ କୌଶମ୍ବୀ ଜିଲ୍ଲାରେ ସ୍କୁଲ ବସରେ ନିଆଁ ଲାଗିଥିବା ଖବର ଶୁଣିବାକୁ ମିଳୁଛି । ଦୃଘଟଣାଟି ଗତ କାଲି ଘଟିଥିବା ସୂଚନା ମିଳୁଛି | ସ୍କୁଲ ପିଲାମାନଙ୍କୁ ଘରକୁ ଛାଡିବାକୁ ଯାଉଥିବା ଗୋଟିଏ ସ୍କୁଲ ବସରେ ହଠାତ୍ ନିଆଁ ଲାଗିବ ଆରମ୍ଭ ହୋଇଥିଲା । ବସର ବେଗ ଅତିକମରେ ୪୦ କିମି ରହିଥିବା ଜଣାପଡୁଛି । ବସରେ ହଠାତ୍ ନିଆଁ ଲାଗିବର ଦେଖି ଡ୍ରାଇଭର ଜଣକ ବସରେ ରହିଥିବା ସମସ୍ତ ପିଲାମାନଙ୍କୁ ବସରୁ ବାହାର କରିଥିଲେ । ବସ ଡ୍ରାଇଭର, କଣ୍ଡକ୍ଟର ଓ ସ୍ଥାନୀୟ ଲୋକମାନଙ୍କ ସାହାଯ୍ୟରେ ପିଲାମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ବହୁତ ସମୟ ଧରି ବସରେ ନିଆଁ ଲାଗିଥିବା ସୂଚନା ମିଳୁଛି । ବସ ଡ୍ରାଇଭର ଓ ଲୋକମନଙ୍କ ସାହାଯ୍ୟ ଦ୍ୱାରା ସମସ୍ତ ପିଲାଙ୍କ ଜୀବନ ବଂଚିଯାଇଛି । ଘଟଣା ଉତ୍ତରପ୍ରଦେଶ କୌଶମ୍ବୀ କୋତୱାଲି ଅଞ୍ଚଳରେ ଘଟିଥିବା ସୂଚନା ମିଳୁଛି । ସମସ୍ତ ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି |

Odia Khabar

Leave a Comment