ଆଜିଠୁ ରାଜ୍ୟରେ ତାପମାତ୍ରା ବଢିବାର ସୂଚନା ମିଳୁଛି ?

ଆଜିଠୁ ରାଜ୍ୟରେ ତାପମାତ୍ରା ବଢିବାର ସୂଚନା ମିଳୁଛି । ପଶ୍ଚିମ ଓଡ଼ିଶାରେ ହୋଲିରେ ପ୍ରବଳ ଖରା ହେବା ନେଇ ସୂଚନା ମିଳୁଛି । ଗତ ସପ୍ତାହରେ ୪ ଦିନ ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ବା ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ପାଣିପାଗ ବିଭାଗରୁ ଜାରି କରାଯାଇଥିଲା । ପଶ୍ଚିମ ଓଡ଼ିଶାରେ ହୋଲିରେ ପ୍ରବଳ ଖରା ହେବା ନେଇ ସୂଚନା ମିଳୁଛି । ଆସନ୍ତା ୧୩ ତାରିଖରେ ବଲାଙ୍ଗୀର ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ା ସହିତ ଆଭ୍ୟନ୍ତରୀଣ ଓଡ଼ିଶାର ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ସୂଚନା ଜାରିକରଯାଇଛି । ସେହିପରି ୧୪ ତାରିଖରେ ପ୍ରବଳ ଖରା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୫ ତାରିଖରେ ମଧ୍ୟ ଖରାର ନେଇ ସତର୍କ ସୂଚନା ଜାରି କରାଯାଇଛି । ୧୬ ତାରିଖରେ ୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

Odia Khabar

Leave a Comment