ଆଜି ରାଜଧାନୀରେ ହୋଲି ଖେଳୁଥିବା ଅବସ୍ଥାରେ ହତ୍ୟାକାଣ୍ଡ ଘଟିଛି | ଘଟଣାଟି ସହିଦନଗର ଶାନ୍ତିପଲ୍ଲୀ ଅଞ୍ଚଳରେ ହତ୍ୟା ଖବର ସାମ୍ନାକୁ ଆସିଛି | ଯୁବକ ଜଣକ ପରିବାର ସମେତ ଶାନ୍ତିପଲ୍ଲୀ ବସ୍ତିରେ ହୋଲି ଖେଳୁଥିବା ଅବସ୍ଥାରେ ୪ ରୁ ୫ ଜଣ ଯୁବକ ଆସି ଯୁବକ ଜଣକୁ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି | ଆଜି ଦିନ ଦ୍ୱିପହରେ ଏଭଳି ଏକ ହତ୍ୟା କରିବାକୁ ଦୁଃସାହସ କରିଛନ୍ତି ଦୁର୍ବୁତ୍ତ | ମୁର୍ତ୍ୟୁ କରିଥିବା ଯୁବକଙ୍କ ସାନ ଭାଇ ଜଣକ କହିଛନ୍ତି ଆମେ ସମସ୍ତେ ହୋଲି ଖେଳୁଥିବା ସମୟରେ ୪ ରୁ ୫ ଜଣ ଦୁର୍ବୁତ୍ତ ସନ୍ତ ,ଓ ବାନା ଜାଣିଥିବା କହିଛନ୍ତି ଯୁବକ ଜଣକ | ସମସ୍ତେ ମିଶି ଭାଇଙ୍କୁ ହତ୍ୟା କରିଛନ୍ତି ବୋଲି କହିଛନ୍ତି | ଏବଂ ଆଗରୁ କୌଣସି ଶତ୍ରୁତା ନଥିଲା ବୋଲି ମଧ୍ୟ୍ୟ କହିଛନ୍ତି ଯୁବକ ଜଣକ | ମଦ ନିଶାରେ ୫ ଜଣ ଯୁବକ ମିଶି ଛୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି | ଯୁବକ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା ସବ ବ୍ୟବଚ୍ଛେଦ ହୋଇସାରିବା ପରେ ମୁର୍ତ୍ୟୁ କାରଣ ଜଣାପଡିବା |