ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଅଛି | ରାଜ୍ୟରେ କିଛି ଦିନ ହବ ତାପମାତ୍ରା ବଢିବା ନେଇ ଲୋକମାନେ ବହୁ ଅସୁବିଧାର ସମୁଖିନ୍ନ ହଉଛନ୍ତି | ଗତକାଲି ଅଧିକାଂଶ ସହରରେ ତାପମାତ୍ରା ବୃଦ୍ଧି ପାଇବା ଦେଖାଦେଇଥିଲା | ରାଜ୍ୟରେ ଆସନ୍ତା ୧୯ ଓ ୨୦ ତାରିଖରେ କିଛି ଜିଲ୍ଲା ଗୁଡିକରେ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣି ପାଗ ବିଭାଗରୁ ସୂଚନା ମିଳୁଛି | ରାଜ୍ୟର ଦୁଇ ଦିନ ବର୍ଷା ଲାଗି ରହିବା ସହର ଗୁଡିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ବର ଏବଂ ମୟୁରଭଞ୍ଜ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଅଛି | ପାଣିପାଗ ବିଭାଗ କେନ୍ଦ୍ରରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ଓ ମଧ୍ୟମ ବର୍ଷା ହେବ ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି |