ଆପଣମାନଙ୍କର ପିଲା ଯାଉଥିବା ସ୍କୁଲ ବସ କେତେ ସୁରକ୍ଷିତ ?

ଆପଣମାନଙ୍କର ପିଲା ଯାଉଥିବା ସ୍କୁଲ ବସ କେତେ ସୁରକ୍ଷିତ । ଏହା ସବୁଠାରୁ ଗୁରୁତ୍ୱ ପୁର୍ଣ ଦାୟିତ୍ୱ । ରାଜଧାନୀରେ ବହୁତ ମାତ୍ରାରେ ବସ ଚାଲୁଥିବାବେଳେ ଏହା ସମସ୍ତ ପିଲାଙ୍କ ପାଇଁ କେତେ ସୁରକ୍ଷିତ । ଭୁବନେଶ୍ୱରରେ ପ୍ରାୟ ବସ ବିନା ଫିଟନେସରେ ଚାଲୁଥିବା ସୂଚନା ମିଳୁଛି | ଏହିପରି ଏକ ଗୁରୁତ୍ୱପୂର୍ଣ ତଥ୍ୟ ବିଧାନସଭାରୁ ଆସିଥିବା ଜଣାପଡୁଛି | ବିଧାନସଭାରୁ ସୂଚନା ମିଳୁଛି ଭୁବନେଶ୍ୱରରେ ୪୬୦ଟି ସ୍କୁଲ ବସ ବିନା ଫିଟନେସରେ ଚାଲୁଥିବା ଏହା ଜଣାପଡୁଛି । ଏହା ସମସ୍ତ ପିଲାମାନଙ୍କ ପାଇଁ ସୁରକ୍ଷିତ ନୁହଁ ବୋଲି ସୂଚନା ମିଳୁଛି | ଭୁବନେଶ୍ୱରରେ ମୋଟ ୧୪୮୪ଟି ବସ ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ୪୬୦ଟି ବସର ଫିଟନେସ୍ ନଥିବା ଜଣାପଡୁଛି । ଆଜି ବିଧାନସଭାରେ ଏକ ଗୁରୁତ୍ବପୁର୍ଣ ପ୍ରଶ୍ନ ଉଠିଛି |

Odia Khabar

Leave a Comment