ବହି ଗୋଦାମରେ ଲାଗିଲା ନିଆଁ ?

ବହି ଗୋଦାମରେ ଲାଗିଲା ନିଆଁ । ବିସ୍ଫୋରଣରେ ଜଳିଗଲା ଲକ୍ଷାଧିକ ଟଙ୍କାର ବହି। ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଘଟିଥିବା ସୂଚନା ମିଳୁଛି । ଜଗତସିଂହପୁର ଜନତା କୋଠି ନିକଟରେ ରହିଥିବା ଏକ ବହି ଗୋଦାମରେ ବିସ୍ଫୋରଣ ହୋଇଥିଲା ନିଆଁ ଲାଗି ସମସ୍ତ ବହି ନଷ୍ଟ ହେବା ସୂଚନା ମିଳୁଛି । ଗୋଦାମ ଭିତରେ ୩ ଜଣ ବ୍ୟକ୍ତି ରହିଯାଇଥିଲେ ଏବଂ ବିସ୍ପୋରଣ ହେବା ଦ୍ୱାରା ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଲୋକମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇଥିବାରୁ ସେମାନଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତରିତା କରାଯାଇଛି। ଘଟଣାଟି ଗତକାଲି ରାତିରେ ଗୋଟେ ବହି ଗୋଦାମରେ ବିସ୍ପୋରଣ ହୋଇଥିଲା । ୩ ଜଣ ଲୋକ ଗୋଦାମ ଭିତରେ ଫସି ରହିଥିଲେ ତାଙ୍କୁ ଉଦ୍ଧାର କାର୍ଯ୍ୟ କରି ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରବତୀ ସମୟରେ ତାଙ୍କୁ କଟକ ମେଡିକାଲ ପଠାଯାଇଥିଲା । ଏକ ବଡ ଗୋଦାମରେ ବିସ୍ପୋରଣ ହେବା ଦ୍ୱାରା ଗୋଦାମରେ ରହିଥିବା ଲକ୍ଷଲକ୍ଷ ତାଙ୍କର ସାମଗ୍ରୀ ନଷ୍ଟ ହେବା ସହ ସମସ୍ତ ବହି ସବୁ ପୋଡି ନଷ୍ଟ ହୋଇଯାଇଛି । ଏପର୍ଯ୍ୟନ୍ତ ଗୋଦାମରେ ବିସ୍ପୋରଣ ହେବାର କାରଣ ଜଣାପଡିନାହିଁ ପୋଲିସ ଘଟଣାର ତଦନ୍ତ କାର୍ଯ୍ୟ କରୁଛି ।

Odia Khabar

Leave a Comment