ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ନୀଳମାଧବଙ୍କୁ ଦର୍ଶନ କଲେ | ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୀଳମାଧବ ଦର୍ଶନ କାର୍ଯ୍ୟ ସାରି ସବାର ରାଜା ବିଶ୍ଵାବାସୁଙ୍କ ଜନ୍ମ ସ୍ତନ ପରିଦର୍ଶନ କରିବେ ବୋଲି ସୂଚନା ମିଳୁଛି | ସୋମବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଁଚିଥିଲେ ଏବଂ ରାଷ୍ଟ୍ରପତିଙ୍କୁ ଅତି ସୁନ୍ଦର ଭାବେ ସ୍ୱାଗତ କରାଯାଇଥିଲା | ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନୀଳମାଧବ ଦର୍ଶନ ଅଭିମୁଖେ ସୁରକ୍ଷା ସୁବିଧା କରାଯାଇଛି | ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରେ ବିଶ୍ବାବସୁ ସମ୍ପ୍ରଦାୟ ପକ୍ଷରୁ ହେଉଥିବା ମହାଯଜ୍ଞରେ ଯୋଗ ଦେଇଥିବା ସୂଚନ ମିଳୁଛି । ରାଷ୍ଟ୍ରପତି ମଙ୍ଗଳବାର ଦିନ ସକାଳ ୯ସମୟରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର ସୂଚନା ମିଳୁଛି । ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତରେ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡାକଡି କରାଯାଇଛି।