ଆଇପିଏଲ ଚତୁର୍ଥ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲର ବିଜୟ | ଗତକାଲି ଆଇପିଏଲର ଚତୁର୍ଥ ମ୍ୟାଚରେ ଲଖନଉ କୁ ହରାଇଲା ଦିଲ୍ଲୀ କ୍ୟାପିଟାଲ | ଦିଲ୍ଲୀ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲା ଦିଲ୍ଲୀର ଏବର୍ଷ ନୂତନ କ୍ୟାପଟେନ ଅକ୍ସର ପଟେଲଙ୍କୁ ନିୟୋଜିତ କରାଯାଇଛି | ଲଖନଉ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୦୯ ରନ କରିଥିଲା | ଲଖନଉ ପକ୍ଷରୁ ସର୍ବାଧିକ ୭୪ ରନ ନିକୋଲାସ ପୁରନ କରିଥିଲେ , ମାର୍ଶ ୭୨ ରନ , ମିଲର ୨୭ ରନ କରିଥିଲେ | ଜବାବରେ ଦିଲ୍ଲୀ କ୍ୟାପିଟାଲ ବ୍ୟାଟିଂ ତରଫରୁ ସର୍ବାଧିକ ୬୬ ରନ ଆଶୁତୋଷ ଶର୍ମା କରିଛନ୍ତି , ଵିପରାଜ ନିଗମଙ୍କ ୧୫ ବଲରେ ୩୯ ରନ ଧୁଆଧାର ବ୍ୟାଟିଂ ଦିଲ୍ଲୀକୁ ବିଜୟ ଆଡକୁ ଅଗ୍ରଗତି କରିଥିଲା | ଆଶୁତୋଷ ଶର୍ମା ଶେଷ ଓଭର ପର୍ଯ୍ୟନ୍ତ ରହି ଗୋଟିଏ ୬ ମାରି ଦିଲ୍ଲୀକୁ ବିଜୟ କରିଥିଲେ | ଦିଲ୍ଲୀ ତାର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି ଓ ଆଶୁତୋଷ ଶର୍ମାକୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇଛି |