ରାଜ୍ୟରେ ପୁଣି ୨୯ ତାରିଖରୁ ବଢିବ ଖରା । ରାଜ୍ୟରେ କାଳବୈଶାଖୀ ବର୍ଷା କମିବାରୁ ସମସ୍ତ ଜିଲ୍ଲା ଗୁଡିକରେ ପୁଣି ଥରେ ଖରାର ପ୍ରଭାବ ଦେଖିବାକୁ ମିଳିବ | ତାପମାତ୍ରା ଅତ୍ୟଧିକ ବଢିବା ନେଇ ସୋନପୁର, ବଲାଙ୍ଗୀର , ସମ୍ବଲପୁର ଓ କଳାହାଣ୍ଡିକୁ ସତର୍କ କରାଯାଇଛି । ରାଜ୍ୟରେ ୩ ଦିନ ଭିତରେ ୬ ଡିଗ୍ରୀ ତାପମାତ୍ରା ବଢ଼ିବ। ନେଇ ସୂଚନା ମିଳୁଛି ଏବଂ ରାତିର ତାପମାତ୍ରା ୨ ରୁ ୩ ଦିନ ଭିତରେ ୩ ଡିଗ୍ରୀ ଯାଏ ବଢ଼ିବ ନେଇ ସୂଚନା ମିଳୁଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱରରୁ ସୋମବାର ଦିନଠୁ ତାପମାତ୍ରା ବୃଦ୍ଧି ପାଇବ ଦୁଇ ଦିନ ଭିତରେ ତାପମାତ୍ରା ୪୦ ଡିଗ୍ରୀ ବଢିବା ନେଇ ସୂଚନା ମିଳୁଛି । ରାଜ୍ୟରେ କାଳବୈଶାଖୀ ବର୍ଷାରେ ଓଡ଼ିଶାରେ କିଛି କିଛି ସ୍ଥାନରେ କୁଆପଥର ବର୍ଷା ସହିତ ଝାଡ ପବନ ହୋଇଥିବା ବେଳେ କିଛି କିଛି ଲୋକମାନଙ୍କ ଘର ଭାଙ୍ଗିଥିବା ସୂଚନା ମିଳୁଛି । କାଳବୈଶାଖୀ ବର୍ଷାର ପରିମାଣ କମିବା ମାତ୍ରେ ରାଜ୍ୟରେ ତାପମତ୍ରା ବୃଦ୍ଧି ପାଇବା ଦେଖାଦଉଛି ।