ମିଆଁମାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢୁଥିବା ସୂଚନା ମିଳୁଛି । ମିଆଁମାରରେ ଭୟଙ୍କର ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ୧ ହଜାରରୁ ଅଧିକ ଲୋକ ମୃତ୍ୟୁ କରିଥିବା ନେଇ ସୂଚନା ମିଳୁଛି । ଆଗକୁ ମଧ୍ୟ୍ୟ ମୁର୍ତ୍ୟୁ ସଂଖ୍ୟା ବଢିପାରେ ବୋଲି ଜଣାପଡୁଛି | ଭୟଙ୍କର ଭୂମିକମ୍ପରେ ୨ ହଜାରରୁ ଉର୍ଧ ଲୋକ ଆହତ ହୋଇଥିବା ନେଇ ସୂଚନା ମିଳୁଛି । ଏଭଳି ଏକ ଭୂକମ୍ପରେ ଲୋକମାନେ ନିଜର ଜୀବନ ଓ ଘର ବାଜି ଲାଗିଥିବାବେଳେ ବହୁତ ଅସୁବିଧାର ସମୁଖିନ୍ନ ହୋଉଥିବା ବେଳେ ଭାରତ ସାହାଯ୍ୟର ହାତ ବଢେଇଛି | ମିଆଁମାର ଦେଶକୁ ୧୫ ଟନ ରିଲିଫ ସାମଗ୍ରୀ ପଠାଇଥିବା ସୂଚନା ମିଳୁଛି । ଆମେରିକା ମଧ୍ୟ ସବୁ ପ୍ରକାର ସାହାଯ୍ୟ କରିବାର ପ୍ରତିଶୃତି ଦେଇଥିବା ସୂଚନା ମିଳୁଛି | ମିଆଁମାରରେ ଭୂକମ୍ପର ପ୍ରଭାବ ଅତ୍ୟଧିକ ଜୋରେ ହୋଇଥିବାରୁ ଦେଶରେ ଅନେକ କ୍ଷୟକ୍ଷତି ହୋଇଥିବା ଦେଖାଦେଇଛି | କେଉଁ କେଉଁ ଜାଗାରେ ରାସ୍ତା ଫାଟି ଆଃ କରିଥିବା ବେଳେ ଆଉ କେଉଁଠି ବଡ ବଡ ବିଲ୍ଡିଂ ଭୁଶୁଡିବା ଦେଖାଦେଇଛି | ହଜାର ଲୋକ ମୁର୍ତ୍ୟୁ ବରଣ କରିଥିବା ବେଳେ ଆଗକୁ ୧୦ ହଜାରରୁ ଉର୍ଧ ଲୋକ ମୁର୍ତ୍ୟୁ କରିବେ ବୋଲି ସୂଚନା ମିଳୁଛି |