ସରକାର ମଦରୁ କୋଟି କୋଟି ଟଙ୍କାର ରାଜସ୍ବ ପାଉଛନ୍ତି | ରାଜ୍ୟରେ ମଦର ବେପାର ଦିନକୁ ଦିନ ବଢୁଥିବା ସୂଚନା ମିଳୁଛି । ସରକାର ମଧ୍ୟ ସବୁଠାରୁ ଅଧିକ ରାଜସ୍ବ ମଦରୁ ପାଉଛନ୍ତି । ରାଜ୍ୟରେ ୨୦୧୪ ମସିହାରୁ ମଦରୁ ୨୦୩୮.୭୯ କୋଟି ଟଙ୍କାର ରାଜସ୍ୱ ଆଦାୟ ହେଉଥିବା ଜଣାପଡୁଛି ଏହାର ପରବର୍ତୀ ସମୟରେ ଦୁଇରୁ ତିନି ଗୁଣ ବଢି ୨୦୨୪ରେ ଏହାର ପରିମାଣ ୭୭୮୬.୧୪ କୋଟି ଟଙ୍କାରେ ହୋଇଥିବା ସୂଚନା ମିଳୁଛି । ରାଜ୍ୟରେ ଏହା ବର୍ଷକୁ ବର୍ଷ ବଢୁଥିବା ଦେଖାଦେଉଛି । ରାଜ୍ୟରେ ମଦ ବ୍ୟାପାର କରୁଥିବା ବ୍ୟପାରୀ ମାନଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ଦେଖା ଦଉଛି । ଏପର୍ଯ୍ୟନ୍ତ ରାଜ୍ୟରେ ଲାଇସେନ୍ସ ପ୍ରାପ୍ତ କରିଥିବା ମଦ ଦୋକାନ ଗୁଡିକର ସଂଖ୍ୟା ୩୮୫୯ ହୋଇଥିବା ରେକର୍ଡ କରାଯାଇଛି । ରାଜ୍ୟ ସରକାର ଗତ ୩ ବର୍ଷ ମାଧ୍ୟ୍ୟରେ ରାଜ୍ୟ ସରକାର ମଦରୁ ୧୯ ହଜାର ୨୦୦ ଶହ କୋଟି ଟଙ୍କା ରାଜସ୍ୱ ଆଦାୟ କରିଥିବା ସୂଚନା ମିଳୁଛି । ସେହିପରି ରାଜ୍ୟରେ ମଦରୁ ସରକାରଙ୍କୁ ଅଧିକାଂଶ ଲାଭ ହଉଥିବ ବେଳେ ରାଜ୍ୟରେ ମଦ୍ୟପାନ କରି ଅନେକ ଲୋକ ପ୍ରାଣ ହରାଉଥିବା ଦେଖାଦେଉଛି । ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ପୂର୍ଵ ସରକାରଙ୍କ ସମୟରେ ମଦ୍ୟପାନ କରି ୫୨ ଲୋକ ପ୍ରାଣ ହରାଇଥିବା ସୂଚନା ମିଳୁଛି ।