ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ସୁଭଦ୍ରା ଯୋଜନା ଦ୍ୱିତୀୟ କିସ୍ତିରେ ୧ ଲକ୍ଷ ୮୯ ହଜାର ମହିଳା ବାଦ ପଡିଛନ୍ତି ?

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ସୁଭଦ୍ରା ଯୋଜନା ଦ୍ୱିତୀୟ କିସ୍ତିରେ ୧ ଲକ୍ଷ ୮୯ ହଜାର ମହିଳା ବାଦ ପଡିଛନ୍ତି । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିରେ ୫ ହଜାର ୩୨ କୋଟି ୯୩ ଲକ୍ଷ ଟଙ୍କା ମହିଳା ମନକୁ ଦିଆଯାଇଥିବା ବେଳେ ଓ ଦ୍ୱିତୀୟ କିସ୍ତିରେ ମହିଳା ମାନଙ୍କୁ ୪ ହଜାର ୯୪୧ କୋଟି ଟଙ୍କା ସରକାର ପ୍ରଦାନ କରିଥିବା ସୂଚନା ମିଳୁଛି । ସୁଭଦ୍ରା ଯୋଜନାର ଦୁତୀୟା କିସ୍ତିରେ ୧ ଲକ୍ଷ ୮୩ ହଜାର ମହିଳା ସୁଭଦ୍ରା କିସ୍ତିରୁ ବଞ୍ଚିତ ରହିଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ସୁଭଦ୍ରା ଯୋଜନା ସମସ୍ତ ମହିଳା ମାନଙ୍କୁ ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଥିଲେ । ସମସ୍ତ ମହିଳାମାନେ କିପରି ସୁଭଦ୍ରା ଯୋଜନାରୁ ବାଦ ପଡିବେ ନାହିଁ ସମସ୍ତ ଗ୍ରାମରେ ରହିଥିବା ଅଙ୍ଗନବାଡି କର୍ମୀମାନେ ମହିଳା ମାନଙ୍କୁ ସାହାଯ୍ୟ କରିଥିଲେ। ସୁଭଦ୍ରା ଯୋଜନାର ଆବେଦନ କରିବାର ଶେଷ ସମୟ ଆଉ ୨ ଦିନ ରହିଥିବାବେଳେ ଯେଉଁ ମହିଳାମାନେ ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ଆବେଦନ କରିନାହାନ୍ତି ସେମାନଙ୍କୁ ଯଥା ଶୀଘ୍ର ଆବେଦନ କରିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ।

Odia Khabar

Leave a Comment