ଗତକାଲି ଗୁଜୁରାଟ ମୁମ୍ବାଇକୁ ହରାଇ ଆଇପିଏଲରେ ପ୍ରଥମ ମ୍ୟାଚ ଜିତିବାରେ ସଫଳ ହୋଇଛି | ଗତକାଲି ଆଇପିଏଲର ନବମ ମ୍ୟାଚ ଗୁଜୁରାଟ ଓ ମୁମ୍ବାଇ ମଧ୍ୟରେ ଖେଲହଉଥିଲା ଦୁଇଟି ଟିମ ନିଜର ଦୁତୀୟ ମ୍ୟାଚରେ ପରସ୍ପର ଆମ୍ନାସାମ୍ନା ହୋଇଥିଲେ | ନିଜର ପ୍ରଥମ ମ୍ୟାଚ ଗୁଜୁରାଟ ଓ ମୁମ୍ବାଇ ହାରିଥିବା ବେଳେ କାଲି ମୁମ୍ବାଇ କୁ ହରାଇ ଗୁଜୁରାଟ ପଏଣ୍ଟ ଟେବୁଲରେ ଖାତା ଖୋଲିଛି | ମୁମ୍ବାଇ ପ୍ରଥମେ ଟସ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା | ଗୁଜୁରାଟ ପ୍ରଥମ ବ୍ୟାଟିଂ ରେ ୨୦ ଓଭର ଖେଳି ୮ ୱିକେଟ ବିନିମୟରେ ୧୯୬ ରନ କରିଥିଲା | ଗୁଜୁରାଟ ପକ୍ଷରୁ ସର୍ବାଧିକ ୬୩ ରନ ସାଇ ସୁଦର୍ଶନ କରିଥିଲେ , ଗିଲ ୩୮ ରନ ବଟଲର ୩୯ ରନ କରିଥିଲେ | ମୁମ୍ବାଇ ୨୦ ଓଭରରେ ମାତ୍ର ୧୬୦ ରନ ୬ ୱିକେଟ ବିନିମୟରେ ଗୁଜୁରାଟଠୁ ପରାସ୍ତ ହୋଇଛି | ମୁମ୍ବାଇ ପକ୍ଷରୁ ସର୍ବାଧିକ ୪୮ ରନ ସୂର୍ଯ୍ୟକୁମାର କରିଥିଲେ | ମୁମ୍ବାଇ ନିଜର ଦୁତୀୟ ମ୍ୟାଚ ଖେଳୁଥିବାବେଳେ ଦୁଇଟିଯାକ ମ୍ୟାଚରେ ହାରିଥିବା ଦେଖାଦେଉଛି |