ବାଲେଶ୍ବର ଜିଲ୍ଲାରେ ସୁନା ଦୋକାନୀଙ୍କ ଘରୁ ଘରୁ ୫୦ ହଜାର ଟଙ୍କା ଅଳଙ୍କାର ଲୁଟ | ଘଟଣାଟି ବାଲେଶ୍ୱର ଜିଲ୍ଲାର ପ୍ରହରାଜପୁର ଗ୍ରାମରେ ଦୁର୍ବୃତ୍ତମାନେ ଚୋରି କରିଥିବା ନେଇ ସୂଚନା ମିଳୁଛି | କିଛି ଦୃବୁତମାନେ ସୁନା ଦୋକାନୀ ମାଲିକଙ୍କ ଘରେ ପଶି ମାରଣାସ୍ତ୍ରର ଦେଖାଇ ଆକ୍ରମଣ କରିଥିଲେ | ଜୁଏଲାରୀ ମାଲିକଙ୍କ ଘରୁ ୫୦ ହଜାର ଟଙ୍କା ସହ କିଛି ଅଳଙ୍କାର ଲୁଟି ନେଇ ଫେରାର ଅଛନ୍ତି | ଘର ମାଲିକ ଜଣକ ଘରେ ଚୋରି ହୋଇଥିବା ଘଟଣାକୁ ନେଇ ନେଇ ଖଇରା ଥାନାରେ ଅଭିଯୋଗ କରିଛନ୍ତି । ଏବଂ ଖଇରା ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି। ସୁନା ଦୋକାନୀ ମାଲିକ ଜଣକ ଖଇରା ଥାନା ତୁଡ଼ିଗଡ଼ିଆ ବଜାର ନିକଟରେ ସୁନା ଦୋକାନ ରହିଅଛି | ଦୋକାନ ମାଲିକ ଜଣକ ଗତକାଲି ରାତିରେ ଦୋକାନ ବନ୍ଦ କରି ଘରେ ଆସି ସୋଇଥିବାବେଳେ । କିଛି ଦୁର୍ବୃତ୍ତମାନେ ରାତି ୨ଟା ବେଳେ ଆସି ଗ୍ରୀଲ ଓ କବାଟ ଭାଙ୍ଗି ଘରେ ପଶିଥିଲେ ଓ ଘରେ ରହିଥିବା ସମସ୍ତ ସଦସ୍ୟ ମାନଙ୍କୁ ହାତ , ଗୋଡ ବାନ୍ଧି ଦେଇଥିଲେ | ଓ ଛୁରୀ ବନ୍ଧୁକ ଦେଖାଇ ୫୦ଲକ୍ଷ ଟଙ୍କା ଓ ଅଳଙ୍କାର ନେଇ ଘଟଣା ସ୍ଥଳରେ ଫେରାର ହୋଇଥିଲେ ।