ଯାଜପୁରରେ ସଡକ ଦୃଘଟଣାରେ ସ୍ୱାମୀ ସ୍ତ୍ରୀ ମୁର୍ତ୍ୟୁ ?

ଯାଜପୁରରେ ସଡକ ଦୃଘଟଣାରେ ସ୍ୱାମୀ ସ୍ତ୍ରୀ ମୁର୍ତ୍ୟୁ । ଦୃଘଟଣାଟି ଯାଜପୁର ପାଣିକୋଇଲି ପୁରୁଣା ଟୋଲଗେଟ ନିକଟରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି । ଦୃଘଟଣାରେ ସ୍ୱାମୀ ଓ ସ୍ତ୍ରୀ ମୁର୍ତ୍ୟୁ କରିଥିବା ବେଳେ ଛୋଟପିଲା ଜଣକ ମୁର୍ତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଶନିବାର ଯାଜପୁରର ପାଣିକୋଇଲି ଥାନା ପୁରୁଣା ଟୋଲଗେଟ ନିକଟରେ ଘଟିଛି । ଘଟଣା ସ୍ଥଳରେ ମହିଳା ଜଣକର ସଂଗେ ସଂଗେ ମୁର୍ତ୍ୟୁ ହୋଇଥିବା ବେଳେ ମହିଳାଙ୍କ ସ୍ୱାମୀ ଜଣକୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲା କିଛି ସମୟ ହସ୍ପିଟାଲରେ ବ୍ୟକ୍ତି ଜଣକ ମୁର୍ତ୍ୟୁ ଘଟିଥିଲା | ଦୃଘଟଣାରେ ଛୋଟପିଲାଟି ଗୁରୁତର ଭାବେ ଆହତ ହୋଇଥିବା ବେଳେ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସ୍ୱାମୀ ସ୍ତ୍ରୀ ଗାଡ଼ିରେ କୁଆଖିଆରୁ ପାଣିକୋଇଲି ଅଭିମୁଖେ ଯାଉଥିବା ବେଳେ ଦୃଘଟଣାର ଶିକାର ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କାର୍ଯ୍ୟ ଆରମ୍ଭ କରୁଛି ।

Odia Khabar

Leave a Comment