ଆସନ୍ତା ୨୪ ଘଣ୍ଟା ମାଧ୍ୟ୍ୟରେ ରାଜ୍ୟରେ ବର୍ଷା ସମ୍ଭାବନା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷ ହେବା ସହ ଘଡଘଡି ହେବ ନେଇ ପାଣିପାଗ ବିଭାଗରୁ ସୂଚନା ମିଳୁଛି | ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ମାଧ୍ୟ୍ୟରେ ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ବରଗଡରେ ବର୍ଷା ସମ୍ଭାବନା ରହିଛି । ଅନେକ ଜିଲ୍ଲା ଗୁଡିକୁ ବର୍ଷା ପବନ ହେବ ନେଇ ସତର୍କ ସୂଚନା ଜାରିକରଯାଇଛି | କିଛି କିଛି ଜିଲ୍ଲା ଗୁଡିକରେ ବର୍ଷା ହେବ ସହ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବା ନେଇ ସୂଚନା ମିଳୁଛି | ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବାବେଳେ ଲୋକମାନେ ଦିନ ଦ୍ୱିପହରେ ଘରୁ ବାହାରକୁ ଯିବାକୁ ପସନ୍ଦ କରୁନାହାନ୍ତି | ଆସନ୍ତା କାଲିଠୁ ରାଜ୍ୟରେ ବର୍ଷା ହେବ ନେଇ ଲୋକମାନଙ୍କୁ ଆଶ୍ୱାଷ୍ଟି ଖବର ମିଳୁଛି |