ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଘୋଷଣା ୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ | ସରକାର କିଛି ମାସ ତଳେ ରାସନ କାର୍ଡର ekyc କରିବା ପାଇଁ ସମସ୍ତ ହିତାଧିକାରୀମାନଙ୍କୁ ସୂଚନା ଦେଇଥିଲେ | କିଛି ଲୋକ ବାହାର ରାଜ୍ୟରେ କାମ କରୁଥିବାରୁ ekyc କରିବାରେ ଅସୁବିଧାର ସମୁଖିନ୍ନ ହୋଇଥିଲେ | ସରକାର ଅସୁବିଧାର ସମାଧାନ ନିମନ୍ତେ ସରକାର ବାରମ୍ବାର ekycର ସମୟ ସୀମା ବଢାଇଥିଲେ | ତଥାପି ଅନେକ ଲୋକ ekyc କରିନଥିବା ସୂଚନା ମିଳୁଛି | ପ୍ରାୟ ୨୫ ଲକ୍ଷ ଲୋକ ekyc କରିଥିବା ସୂଚନା ମିଳୁଛି | ସରକାର ନୂଆ ରାସନ କାର୍ଡ ପ୍ରଦାନ କରିବା ନିମନ୍ତେ ଶୁକ୍ରବାର ଦିନ ଘୋଷଣା କରିଛନ୍ତି | ଯେଉଁ ସବୁ ଯୋଗ୍ୟ ହିତାଧିକାରୀ ରାସନ କାର୍ଡରୁ ବାଦ ପଡିଛନ୍ତି ସେମାନଙ୍କୁ ପୁଣିଥରେ ଆବେଦନ କରିବାକୁ ମନ୍ତ୍ରୀ କହିଛନ୍ତି |
